ODISHAFLASH
ସହାୟତର ହାତ ବଢ଼ାଇଲେ ଯୁବରାଜ ଓ ହରଭଜନ:-

Odisha flash bhubaneswar; ନୂଆଦିଲ୍ଲୀ: କରୋନା ଭାଇରସ୍ ମୁକାବିଲା ପାଇଁ ପୂର୍ବରୁ ବହୁ ସେଲିବ୍ରେଟି ସରକାରଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ଦେଇ ସାରିଛନ୍ତି। ଏବେ ପୂର୍ବତନ କ୍ରିକେଟ୍ ତାରକା ଯୁବରାଜ ସିଂହ ଓ ହରଭଜନ ସିଂହ ମଧ୍ୟ ନିଜ ନିଜର ସହାୟତାର ହାତ ବଢ଼ାଇଛନ୍ତି।
ଯୁବରାଜ ରବିବାର ସରକାରଙ୍କ ରିଲିଫ୍ ପାଣ୍ଠିକୁ କରେନା ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସେହିପରି ଭାରତୀୟ କ୍ରିକେଟର୍ ହରଭଜନ ସିଂହ ଓ ତାଙ୍କ ପତ୍ନୀ ଗୀତା ବର୍ଷା ୫ ହଜାର ପରିବାରକୁ ତେଜରାତି ସାମଗ୍ରୀ ଯୋଗାଇବାକୁ ଘୋଷଣା କରିଛନ୍ତି।
ପୂର୍ବରୁ କ୍ରିକେଟର୍ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରି ସାରିଛନ୍ତି। ଏମାନଙ୍କ ବ୍ୟତୀତ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦେଇଥିବା ବେଳେ ସଚିନ ତେନ୍ଦୁଲ୍କର ୫୦ ଲକ୍ଷ ଟଙ୍କା ଦେଇଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ସୁଦ୍ଧା ୩,୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୫ ଜଣକ ସୁସ୍ଥ ହୋଇ ସାରିଲେଣି। ଏବେ ସୁଦ୍ଧା ୮୩ ଜଣଙ୍କର ମୃତ୍ୟୁ ଘଟିସାରିଛି।
To Top