
ଗତକାଲି ପୁଣେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଶ୍ରୀରାମ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ।
ମରାଠୀ ଥିଏଟରରେ ସେ ଜଣେ ଜଣାଶୁଣା ପରଚିତ ମୁହଁ ଥିଲେ। ଏହାସହ ସେ ଜଣେ ଡାକ୍ତର ମଧ୍ୟ ଥିଲେ। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଊର୍ଦ୍ଧ୍ୱ ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ କିଛି ବର୍ଷ ଡାକ୍ତର ଭାବେ ରୋଗୀଙ୍କ ସେବା କରିଥିଲେ। ତାଙ୍କ ପରଲୋକରେ ଏନ୍ସିପି ମୁଖ୍ୟ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍ ଓ ନୀତିନ ଗଡକରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
