
‘ସେ ଥିଲା ସବୁଠାରୁ ଗର୍ବିତ ସମୟ..ସ୍ୱର..ମୋ ନିଜର କୁନି ଆରାଧ୍ୟାର.. ’ ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ ଅବସରରେ ସୁଟ୍ କରାଯାଇଥିଲା ଏହି ଭିଡିଓ। ଭିଡିଓରେ ଅଭିଷେକ-ଐଶ୍ୱର୍ଯ୍ୟା ତନୟା ଆରାଧ୍ୟା ନାରୀ ସଶକ୍ତୀକରଣ ଉପରେ ଏକ ଦମ୍ଦାର ଭାଷଣ ଦେଉଥିଲେ। ଭିଡିଓରେ ଦେଖିବାକୁ ମିଳିଛି, ଆରାଧ୍ୟା ଶାଢୀ ପିନ୍ଧିଛନ୍ତି। ଅନ୍ୟମାନଙ୍କ ଗହଣରେ ଠିଆ ହୋଇ ଭାଷଣ ଦେଉଛନ୍ତି। ଆରାଧ୍ୟାଙ୍କ ଶୁଦ୍ଧ ଉଚ୍ଚାରଣ..ଭାଷଣରେ ଦାମ୍ଭିକତା ଫ୍ୟାନ୍ସମାନଙ୍କ ହୃଦୟ କିଣି ନେଇଛି। ସୋଶାଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓରେ ଆରାଧ୍ୟାଙ୍କ ବାପା-ମା’ ଅର୍ଥାତ ଐଶ୍ୱର୍ଯ୍ୟା-ଅଭିଷେକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶାହରୁଖ ଖାନ୍ଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ଯିଏ କି ଆରାଧ୍ୟାଙ୍କ ଭିଡିଓ ସୁଟ୍ କରୁଛନ୍ତି । ଶାହରୁଖଙ୍କ ପୁଅ ଅବରମ୍ ମଧ୍ୟ ଧୀରୁବାଇ ଅମ୍ବାନୀ ଇଣ୍ଟରନାଶନାଲ ସ୍କୁଲ୍ରେ ପଢନ୍ତି।
ଆରାଧ୍ୟାଙ୍କ କୁନି ଓଠରେ ବହୁତ ଓଜନଦାର ଭାଷଣ ଏହି ଭିଡିଓରେ ଶୁଣିବାକୁ ମିଳୁଛି। ସେ କହୁଛନ୍ତି-‘ମୁଁ କନ୍ୟା…ମୁଁ ଗୋଟିଏ ସ୍ୱପ୍ନ। ଏକ ନୂଆ ଦୁନିଆର ସ୍ୱପ୍ନ। ଏଇ ନୂଆ ଦୁନିଆରେ ଆମେ ଚମକିବୁ। ସେ ଦୁନିଆ ଏମିତି ଏକ ଦୁନିଆ, ଯେଉଁଠି ମୋତେ ସୁରକ୍ଷା ମିଳିବ, ମୋତେ ଭଲପାଇବା ମିଳିବ, ସମ୍ମାନ ମିଳିବ। ଏହା ଏମିତି ଏକ ଦୁନିଆ ହୋଇଥିବ, ଯେଉଁଠି ମୋ ସ୍ୱର ଅଜ୍ଞାନତାର ଅନ୍ଧକାର ଭିତରେ ହଜିଯାଉ ନ ଥିବ..ବରଂ ଜ୍ଞାନର ବୁଝାମଣା ଭିତରେ ଶୁଣିବାକୁ ମିଳୁଥିବ। ସେ ଏମିତି ଏକ ଦୁନିଆ ହୋଇଥିବ, ଯେଉଁଠି ମାନବିକତାର ନଦୀରେ ପ୍ରବାହିତ ହେଉଥିବ ଜୀବନ ପୁସ୍ତକର ଜ୍ଞାନ । କାରଣ ଆମେ ନାରୀ, ଆମେ କନ୍ୟା।‘

Justin Hamilton
17th March 2020 at 2:59 am
Long time reader, first time commenter — so, thought I’d drop a
comment.. — and at the same time ask for a favor.
Your wordpress site is very simplistic – hope you don’t mind me asking
what theme you’re using? (and don’t mind if I steal
it? :P)
I just launched my small businesses site –also
built in wordpress like yours– but the theme slows (!) the site down quite a bit.
In case you have a minute, you can find it by searching for “royal cbd” on Google (would
appreciate any feedback)
Keep up the good work– and take care of yourself during the coronavirus scare!
~Justin