home

ତେଲ ଟିକସ ବୃଦ୍ଧିକୁ ନେଇ କହିଲେ ସୀତାରାମନ

           ତେଲ ଟିକସ ବୃଦ୍ଧିକୁ ନେଇ କହିଲେ ସୀତାରାମନ

ତେଲ ଟିକସ ହ୍ରାସ ସପକ୍ଷରେ କେନ୍ଦ୍ର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର
ମତ ପ୍ରକାଶ କରିଛନ୍ତି। ମାତ୍ର ଟିକସ
ହ୍ରାସ ଏକପାଖିଆ ନ ହୋଇ ଉଭୟ
କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ଏ
ଦିଗରେ ମିଳିତ ହୋଇ କାର୍ଯ୍ୟପନ୍ଥା ଗ୍ରହଣ
କରିବା ଆବଶ୍ୟକ ବୋଲି ସେ କହିଛନ୍ତି |
ସୀତାରାମନ ଏକ କାର୍ଯ୍ୟକ୍ରମରେ କହିଛନ୍ତି,
ଲୋକଙ୍କ ଉପରେ ପଡୁଥିବା ବୋଝକୁ

ଆମେ ବୁଝିପାରୁଛୁ। ହେଲେ ସରକାର ଏକ
ଧର୍ମସଙ୍କଟରେ ପସିଛନ୍ତି। କେନ୍ଦ୍ର ସରକାର
ସଂଗ୍ରହ କରୁଥୁବା ଟିକସର ୪୧% ଅଂଶ
ରାଜ୍ୟଗୁଡ଼ିକୁ ଦିଆଯାଉଛି। ଏ ଦିଗରେ
କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ହୋଇ
ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ସେହିଭଳି ପେଟ୍ରୋଲ ଡିଜେଲକୁ ସାମଗ୍ରୀ
ଓ ସେବା ଟିକସ ପରିସରକୁ ଆଣିବା
ଲାଗି ଜିଏସ୍‌ଟି ପରିଷଦରେ ଏ ନେଇ
ଆଲୋଚନା କରିବା ଉପରେ ଅର୍ଥମନ୍ତ୍ରୀ
ଗୁରୁତ୍ବାରୋପ କରିଛନ୍ତି। ଚଳିତ ମାସରେ

ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ପିତ
ହେବାକୁ ଯାଉଛି। ଏହି ପ୍ରସଙ୍ଗକୁ କେନ୍ଦ୍ର
ବୈଠକରେ ଉଠାଇବ ବୋଲି କୁହାଯାଉଛି।

 

Click to comment

Leave a Reply

Your email address will not be published. Required fields are marked *

To Top