ODISHAFLASH
ଚାନ୍ଦଲି ରିଜର୍ଭ ଜଙ୍ଗଲରେ ଏକ ମୃତ ହାତୀ ସଂଗ୍ରହ:-

Odisha flash bhubaneswar; ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଚାନ୍ଦଲି ରିଜର୍ଭ ଜଙ୍ଗଲରେ ଆଜି ଭୋର୍ ସମୟରେ ଏକ ମୃତ ହାତୀକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଭୋର୍ ୪ଟା ସମୟରେ ଉକ୍ତ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି l
ଖବର ପାଇ ଘଟଣାସ୍ଥଳରେ ରେଞ୍ଜର ପି. କେ. ନାୟକ, ସ୍ପେସିଆଲ ଅଫିସର କିରଣ ବିଶୋଇ, ପଦ୍ମଲୋଚନ ଭୋଇ ପ୍ରମୁଖ ପହଞ୍ଚି ହାତୀଟିକୁ ଜଗି ରହିଥିବା ଜଣାଯାଇଛି। ମୃତ ଦନ୍ତା ହାତୀ ପିଠିରେ ଏକ କ୍ଷତ ଚି଼ହ୍ନ ଥିବା ଜଣାଯାଇଛି। ସେଥିରୁ କେହି ହାତୀକୁ ଗୁଳି ମାରିଥିବାର ସନ୍ଦେହ କରାଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
To Top