
ଗ୍ରୀଷ୍ମ ପାଇଁ ବଦଳିଲା ସ୍କୁଲର ସମୟ
ଭୁବନେଶ୍ବର, ୨।୩(ବ୍ୟୁରୋ)
ସକାଳୁଆ ସ୍କୁଲ ପାଇଁ ସରକାରଙ୍କ ତରଫରୁ ଗତ ଶୁକ୍ରବାର
ଦିଆଯାଇଥୁବା ସମୟକୁ ମଙ୍ଗଳବାର ପରିବର୍ତନ କରିଦିଆଯାଇଛି।
ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ
ପାଠପଢ଼ା ହେବ। ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସକାଳ
୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପୂର୍ବରୁ ସ୍କୁଲ ସକାଳ
୭ରୁ ଅପରାହ୍ନ ୧ଟା ଯାଏ ଖୋଲିବା ନେଇ ବିଭାଗ ପକ୍ଷରୁ ସୂଚନା
ଦିଆଯାଇଥୁଲା। ମହାମାରୀ କରୋନା ଲାଗି ଶିକ୍ଷାନୁଷ୍ଠାନ ବର୍ଷେରୁ
ଅଧ୍ୟକ ସମୟ ଧରି ବନ୍ଦ ରହିଥୁଲା। ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ
ସକାଳୁଆ ସ୍କୁଲ ହେବା ନେଇ ସୂଚନା ଦିଆ ଯାଇଛି |
