
କରୋନାଭାଇରସ୍ ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ସେବା ଦେଉଥିବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବେତନ ଦୁଇଗୁଣ କଲା ହରିୟାଣା:-
Odisha flash bhubaneswar; ଚଣ୍ଡିଗଡ଼: ଗୁରୁବାର ଦିନ ହରିୟାଣା ସରକାର କୋଭିଡ୍-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସାରେ ଏବଂ ସେ ସଂକ୍ରାନ୍ତ କାର୍ଯ୍ୟକଳାପରେ ଜଡ଼ିତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି।
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର ଘୋଷଣା କରିଛନ୍ତି ଯେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଡାକ୍ତର ତଥା ପାରାମେଡିକାଲ୍ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଲାଗୁ ହେବ।କେବଳ କରୋନାଭାଇରସ୍ ବିରୋଧରେ ପ୍ରତ୍ୟେକ୍ଷ ଭାବେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀମାନେ ହିଁ ଏହି ବର୍ଦ୍ଧିତ ବେତନ ପାଇବାକୁ ହକଦାର ବୋଲି ସେ କହିଛନ୍ତି।
ଏହାଛଡ଼ା, ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ରୋକିବା ନିମନ୍ତେ ପ୍ରତ୍ୟକ୍ଷ ଭାବେ ଲଢ଼େଇରେ ନିୟୋଜିତ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାର ୩୦ ଲକ୍ଷ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି।
