ଆମେରିକାରେ ନିର୍ମାଣ ହେଲା ମାତ୍ର ୫ ମିନଟରେ କରୋନା ଭାଇରସ୍ ପରୀକ୍ଷା ଯନ୍ତ୍ର :-
odisha flash bhubaneswar;ବ୍ଲୁମବର୍ଗ: ଜଣେ ସଂକ୍ରମିତ କି, ନୁହେଁ ମାତ୍ର ୫ ମିନିଟ୍ ମଧ୍ୟରେ ଜାଣି ହେବାଭଳି ଏକ କରୋନାଭାଇରସ୍ ପରୀକ୍ଷା ଯନ୍ତ୍ର ପ୍ରସ୍ତୁତ କରିଛି ଆମେରିକାର ଆବୋଟ୍ ଲାବୋରଟରିଜ୍ । ଏହାର ଓଜନ ହାରାହରି ୩ କିଲୋ ଏବଂ ଦେଖିବାକୁ ଛୋଟ ବାକ୍ସଟିଏ ଭଳି । ତେଣୁ ଯେ କୌଣସି ଡାକ୍ତରଖାନାରେ ଏହାକୁ ରଖି ବ୍ୟବହାର କରିହେବ ।

ଆମେରିକାର ନୁ୍ୟୟର୍କ, କାଲିଫର୍ଣ୍ଣିଆ, ୱାସିଂଟନ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଥିବା ଡାକ୍ତରଖାନାରେ ବ୍ୟାପକ କରୋନାଭାଇରସ୍ ସଂକ୍ରମିତଙ୍କ ଗହଳି ହେବାର ଆଶଙ୍କା ଥିବାରୁ ଯଥେଷ୍ଟ ପରୀକ୍ଷା ଯନ୍ତ୍ର ଯୋଗାଇବାକୁ ଉଦ୍ୟମ ଚାଲିଛି ।
ଇଲିନଇସସ୍ଥିତ ଆବୋଟ୍ କମ୍ପାନିର “ଆଇଡି ନାଓଁ ପ୍ଲାଟଫର୍ମ’ ଉପରେ ଏହି କରୋନାଭାଇରସ୍ ପରୀକ୍ଷା ଆଧାରିତ । ନାକବା ତଣ୍ଟି ଭିତରର ପଛପଟୁ ସଂଗ୍ରହ କରାଯାଇଥିବା ସ୍ୱାବକୁ ଏକ ରାସାୟନିକ ଦ୍ରବଣରେ ମିଶାଇ ଦିଆଯାଏ । ଫଳରେ ଏହା ଭୂତାଣୁକୁ ଫଟାଇ ଦେବା ସହ ତା’ ଭିତରେ ଥିବା “ଆରଏନଏ’କୁ ବାହାରକୁ କାଢ଼ି ଆଣେ । ପୁଣି ଏହି ମିଶ୍ରଣକୁ “ଆଇଡି ନାଓଁ ସିଷ୍ଟମ୍’ରେ ଭର୍ତ୍ତି କରାଯାଇ କରୋନାଭାଇରସର ଜେନୋମ୍ ଚିହ୍ନଟ କରାଯାଏ ।
